ଧନ୍ୟ ପ୍ରଭୁ ତୁମେ ଧନ୍ୟ ମୁହି ହେଲି ପାଇ ମଣିଷ ଜୀବନ
ସଂସାର ବାରିଧି ଜଳରେ ସଂତରି ଖୋଜୁଛି ଖାଲି ମରଣ |
ମନୁର ସନ୍ତାନ ମାନବ ହେଲା ସେ ଅମୃତ ର ପୁତ୍ର ହେଲା
ଶିରା ପ୍ରଶୀରାରେ ହଲାହଳ ଆଜି କିଏ ସେ ଭରିଣ ଦେଲା |
ଶାନ୍ତି ଖୋଜି ଖୋଜି ଚୌଦିଗେ ଆଜି ଛାଡୁଛି ଶାନ୍ତି କପୋତ
ଉଦବେଳି ଉଠୁଛି କାଇଂ ତେବେ ଅଶାନ୍ତିର ଖର ଅଗ୍ନି ସ୍ରୋତ |
ଆଗ ପଛ ନ ବିଚାରି ସୃଷ୍ଟି କରୁଛି ଧ୍ବଂସର ତାଣ୍ଡବ ଲୀଳା
ଭୁଲି ଯାଉଛି ସେ ଜାଣି ଶୁଣି ଆଜି ନିଆଁ ରେ କରୁଛି ଖେଳା
|
ପ୍ରକୃତିର ବକ୍ଷ ବିଦୀର୍ଣ କରି ସୁଖରେ କରୁଛି ନିଜ ସଂସାର
ପ୍ରକୃତି କେବେ କି ସହି ପାରିବ କ୍ରୁର ମାନବର ଏ ଅତ୍ୟାଚାର |
ଆସିଲା ପ୍ରଳୟ ଆସିଲା ସୁନାମି ଲିଭିଲା ଜୀବନ ଦୀପ
ପ୍ରକୃତି ଆଜି ଦେଖାଇ ଦେଲା ଯେ ତାହାର କରାଳ ରୁପ |
ଲକ୍ଷ ଲକ୍ଷ ପ୍ରାଣ ଧୋଇ ହୋଇଗଲା ମାତ୍ର କେଇ ମୁହୁର୍ତରେ
କେତେ ଯେ ମରିଲେ, କେତେ ଯେ ହଜିଲେ କେ ହିସାବ ଦେଇପାରେ |
କ୍ଷମା କର ପ୍ରଭୁ କ୍ଷମା କର ଆଜି କରୁଛୁ ପାଦେ ପ୍ରଣତି
ଦୁରେଇ ରହିବୁ କରିବୁନି କେବେ ଆଜି ଠାରୁ ଏ ଅନୀତି |
ରକ୍ଷା କର ପ୍ରଭୁ ରକ୍ଷା କର ଆଜି ରହୁ ଏ ମାନବ ଜାତି
ନ ପଡୁ ବିପତ୍ତି ନ ପଡୁ ଦୁର୍ନୀତି ଏତିକି ଏତିକି ପାଦେ ମିନତୀ
|
(Y)
ReplyDelete