A sunset at infy BBSR

hiii welcome all of u to my blog


Thursday, 27 June 2013

କ|ରୁଣ୍ୟ ଚିତ୍କାର


ହୃଦୟର ନିବୃତ  କୋଠରୀକି  ଖୋଲି  ଦେଖେ 
ଅନ୍ଧକାର ଏତେ ଘନିଭୁତ 
ନାହି ଆଶ| ବଂଚୀବାର 
ତଥାପି ଭାବୁଚି ମନେ ନୁଆ କିଛି କରି ଦେଖିବାର |

ପାଇ ନାହି ଜୀବନରେ କିଛି 
ମରି ମରି ବଂଚିଛି ମୁ ଆଜି 
ଜାଣିନି ମୁ ସଂଗ୍ରାମ କରି କରି 
କେତେ ଦିନ ରଖିବୀ ବା ନିଜକୁ ସଜାଡି | 

ବଢାଇଲି ହାତ ମୁହି ସୁନିଳ ଗଗନେ 
ପାଇଲିନି କିଛି କିନ୍ତୁ ହାତରେ ଧରିଲି 
କଳା ଭସା ବାଦଲର କଣିକାରୁ କିଛି 
ଫେରେଇ ଆଣୀଲି ହାତ ଭାରାକ୍ରାନ୍ତ ମନେ |

ବଢାଇଲି ପାଦ ମୁହି ଅତଳ ସାଗରେ 
ଜାଣି ମୁ ନଥିଲି କିନ୍ତୁ ଝଡ ଆସିପାରେ 
ଧୋଇଯିବ ସବୁ କିଛି ଜୀବନ ଜୁଆରେ |

ବଢାଇଲି ହାତ ପୁଣି ଫୁଲ ଧରିବାକୁ 
ସହିଲି ମୁ କେତେ କଣ୍ଟା ର ଆଘାତ 
ହେଲେ ମୁ ନଥିଲି ଜେ ଭାବି 
ଫୁଲ ପାଇଁ ଏତେ ଆଘାତ ସହିବି |


ଜୀବନ ଯୁଦ୍ଧରେ ମୁ ପରାଜିତ ଯୋଦ୍ଧା 
ସଭିଂକୁ ଖୋଜୁଛି ହେଲେ 
ପାଇଛି ମୁ ଅବାସ୍ତବ ମରୁ ମରୀଚିକା |


ତଥାପି ଖୋଜୁଛି  ଖୋଜିବି ଆହୁରୀ 
ଲକ୍ଷ ହାସଲର ବାଟ 
ପାଇବି ମୁ ପାଇବି ମୁ ନିସ୍ଚେ 
ଅଂଦ୍ଧକାର କୋଠରୀରେ ଦୀପ ଶିଖା ଟିକେ |


ଆଉ ଥରେ ବଢାଇବି ହାତ ସେଇ ଆକାଶେ 
ଆଉ ଥରେ ବଢାଇବି ପାଦ ସେଇ ସାଗରେ 
ସମସ୍ତେ ହେବେ ନିସ୍ଚଳ 
ହେବି ମୁ ସକ୍ଷମ ସବୁ ପାଇବାର |


ନୁହେ ଏହା ଯନ୍ତ୍ରଣା ଏ କେବଳ ଯେ ମୋର 
ଏ ଯନ୍ତ୍ରଣା ତ ସାରା ଯୁବ ସମାଜର 
ଆଜି କେବଳ ସୁଭୁଛି ମୋତେ ଚତୁର୍ଦିଗେ 
କ|ରୁଣ୍ୟ ଚିତ୍କାର
କ|ରୁଣ୍ୟ ଚିତ୍କାର
ଆଉ କ|ରୁଣ୍ୟ ଚିତ୍କାର |||
--------------------------------------------------------------------------------
                                                             ଲେଖକ : ସୁଜିତ୍ କୁମାର୍ ବରାଳ
--------------------------------------------------------------------------------


No comments:

Post a Comment