ଭଲ ପାଇବାଟା ସହଜ ଯେତିକି ନିଭେଇବାଟା କଷ୍ଟ
ଦୁଇ ମନୁ ଥରେ ବିଶ୍ବାସ୍ ହଟିଲେ ଜୀବନଟା ହୁଏ ନଷ୍ଟ |
ହୃଦୟଟା ତିନି ଅକ୍ଷର ହେଲେ ବି ଦୁନିଆଟା ଲୀନ ସେଠି
ହସ ଦିଏ ଲୁହ ଦିଏ ସେହି ସୁଖ ଦୁଖ ସବୁ ଏଠି |
ହୃଦୟ ଭାଂଗିଲେ ଶବଦ ହୁଏନା ଥାଏ ଭୀଷଣ ଯାତନା
ସେ ଯାତନା କେହି ଦେଖି ନ ପାରଇ କହିବାକୁ ପୁଣି ମନା |
ଆଖି ଲୁହ ସବୁ ଆଖି ପିଇ ଯାଏ ବାହାରକୁ ହସ ଖୁସି
ବିଶ୍ବାସ ହଟିଲେ ଦୁଇ ହୃଦୟରୁ ରହିବେନି କେବେ ମିଶି |
ପ୍ରେମ ଏମିତିକା ପବିତ୍ର ବନ୍ଧନ ଦୁଇ ହୃଦୟକୁ ଯୋଡେ
ବିଶ୍ବାସ ର ମୁଳଦୁଆ କୁ ପକେଇ ଚାଲିବାକୁ ବାଟ ପଡେ |
ପ୍ରେମ ନୁହେ ଖାଲି ଆଖିରେ ଆଖିରେ ସବୁ ଦରକାର ହୁଏ
ଯେଉଁ ମିଛ ଦିଏ ଓଠେ ସ୍ମିତ ହାସ୍ୟ ତାହା କହିବାକୁ ହୁଏ |
କେତେ ବୁଝାମଣା କେତେ ସୁସମ୍ପର୍କ ପ୍ରେମଟାକୁ ଗଢି ତୋଳେ
ଛୋଟ ମନଟା ମାନେ ନାହି ଜମା ହଜି ଯାଏ ଲୋକ ମେଳେ |
ଯେଉଁ ବିଶ୍ବାସ କୁ ରଖିଛ ମୋ ପାଇଁ ସେ ଲାଗି ଜୀବନ ଧନ୍ୟ
ସେହି ବିଶ୍ବାସକୁ ସେମିତି ରଖିବ ସେତିକି ମୋହର କାମ୍ୟ |
କରିଅଛି ଯେତେ ରାଗ ରୁଷା ଭୁଲ୍ କରିଦେବ ମୋତେ କ୍ଷମା
ମନଟା ଟିକିଏ ଅମାନିଆ ହୁଏ ଧରିବନି ତାକୁ ଜମା |
ପ୍ରେମ ଯେତେ ତୁମେ ଦେଇଛ ମୋହକୁ ପାରିବିନି ତାକୁ ଭୁଲି
ଭୁଲି ଯାଅ ସବୁ ପଛ କଥା ତକ ଭାବିନିଅ ତାକୁ କାଲି |
ମନ କଥା ସବୁ ଖୋଲିବି ହୁଏନା ମନ ତଳେ ରହିଯାଏ
କାଳେ ଭାଂଗୀଯିବ ହୃଦୟର ସ୍ବପ୍ନ ଭାବୀ ଭାବୀ ଡରିଯାଏ |
ଭଲ ପାଏ ବୋଲି ଓଠରେ ନ କହି ହୃଦୟରେ ଥିଲେ ହେବ
ହୃଦୟଟି ମୋର ଭଲ ଭାବେ ପଢି ଉତ୍ତର ଏହାର ଦେବ |
ଦେଖିନାହ କି ମୋ ହୃଦୟରେ ଅଛି ଯେଉଁ ପ୍ରେମ ତୁମ ପାଇଁ
ପାରିବ ନାହି କି ହସି ହସି ବଂଚି ସେ ପ୍ରେମକୁ ଧରି ନେଇ |
ପ୍ରେମ ତ ଅଜୟ ସର୍ବତ୍ର ବିଜୟ ଶାଶ୍ବତ ଜୀବନ ଧାରା
ସେ ଧାରାରେ ଆମେ ଭାସି ଚାଲି ଥିବା ଆଗତ ଜୀବନ ସାରା |
ବହୁତ ସୁନ୍ଦର ଲେଖା | ଲେଖା ଜାରି ରହୁ.. ଜୟ ଜଗନ୍ନାଥ |
ReplyDelete